ରାଉରକେଲାରେ ପୁଣି ହକି ଫିଭର । ବିର୍ଶା ମୁଣ୍ଡା ହକି ଷ୍ଠାଡ଼ିୟମରେ ଚାଲିଛି ମହିଳା ହକି ପ୍ରୋ ଲିଗ୍ । ଗତକାଲି ପ୍ରଥମ ମ୍ୟାଚ, ଅଷ୍ଟ୍ରେଲିଆ ସହ ଚାଇନାର ଥିଲା ମୁକାବିଲା । ଦ୍ବିତୀୟ କ୍ବାର୍ଟର ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଗୋଟିଏ ଗୋଲ ଦେଇ ଅଷ୍ଟ୍ରେଲିଆ ଚାଇନା ଠାରୁ ଦୁଇ ଶୂନ ଗୋଲରେ ବିଜୟ ଲାଭ କରିଛି । ସେହିପରି ଦ୍ବିତୀୟ ମ୍ୟାଚରେ ଭାରତ ସହ ମୁକାବିଲା ଥିଲା ନେଦରଲ୍ୟାଣ୍ଡର ।
ଖେଳର ଦ୍ବିତୀୟ କ୍ବାର୍ଟରରେ ନେଦରଲ୍ୟାଣ୍ଡ ଭାରତକୁ ଗୋଟିଏ ଗୋଲ ଦେଇ ବିଜୟ ଲାଭ କରିଛି । ଦୀର୍ଘ
୮ ମାସର ବ୍ୟବଧାନରେ ପୁଣି ରାଉରକେଲା ବିର୍ଶା ମୁଣ୍ଡା ହକି ଷ୍ଠାଡ଼ିୟମରେ ଜମୁଛି ହକି ପ୍ରେମିଙ୍କ
ଭିଡ ।
0 Comments
Please do not enter any Spam Link in the comment Box ,