ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଖୁଣ୍ଟିରେ ବାନ୍ଧି ପିଟିଲା ଦିଅର । ଜମି ବାଡ଼ି ବିବାଦକୁ ନେଇ ଭାଉଜକୁ ଖୁଣ୍ଟିରେ ବାନ୍ଧି ପିଟିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ । ସୂଚନା ଅନୁଯାୟୀ ନରୋତ୍ତମ ବାରିକଙ୍କ ସ୍ତ୍ରୀ ରମାମଣି ବାରିକ ଓ ସାନ ଦିଅର ଅଭିମନ୍ୟୁ ବାରିକ ମଧ୍ୟରେ ଜମି ଜମା ଭାଗବଣ୍ଟା କୁ ନେଇ ଦୀର୍ଘ ଦିନ ହେବ ବିବାଦ ଦେଖାଦେଇଛି ।
ରମାମଣିଙ୍କୁ ତାଙ୍କ ଦିଅର, ଯାଆ, ପରିବାର ଅନ୍ୟ ସଦସ୍ୟ ମାନେ ଏକ ଖୁଣ୍ଟିରେ ରସି ସାହାଯ୍ୟରେ ବାନ୍ଧି ପିଟୁଥିବା ଭିଡ଼ିଓ ଭାଇରାଲ ହୋଇଛି । ଜଣେ ମହିଳାଙ୍କୁ ଏଭଳି ପିଟୁଛନ୍ତି, ଯାହା ଆପଣ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ ।
ତେବେ ଏହି ମାଡ଼ ଦ୍ୱାରା ରମାମଣି ଗୁରୁତର ହୋଇ ମେଡିକାଲରେ ଚିକିତ୍ସା କରାଇଥିଲେ । ତାଙ୍କ ସ୍ୱାମୀ ମୁକ ଓ ପୁଅ ମଧ୍ୟ ମୁକ ଓ ମାନସିକ ବିକୃତ ବୋଲି ସୂଚନା ମିଳିଛି । ଏମାନଙ୍କୁ ଦିଅର ମାରିଦେବାକୁ ମଧ୍ୟ ଉଦ୍ୟମ କରୁଥିବ ଥାନାରେ ଅଭିଯୋଗ ହୋଇଛି । ତେବେ ଏନେଇ ପ୍ରଥମେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ରମାମଣି ଅଭିଯୋଗ କରିଛନ୍ତି ।
0 Comments
Please do not enter any Spam Link in the comment Box ,